ଏଟିଆର ବ୍ୟୁରୋ: ଆଜି ପବିତ୍ର ଗୁରୁ ଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ କୁ ଗୁରୁଦିବସ ଭାବେ ପାଳନ କରାଯାଉଛି ।
ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି ଗୁରୁ । କେତେବେଳେ କଠୋର ଅନୁଶାସନ ତ ପୁଣି କେତେବେଳେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିଙ୍କୁ ସୁନ୍ଦର ଭାବେ ଗଢିତୋଳିଥାଏ । ଶିକ୍ଷା ପ୍ରତି ଡ. ରାଧାକୃଷ୍ଣଙ୍କ ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ ।
୧୮୮୮ ମସିହା ସେପ୍ଟମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନ ।