ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ନନ୍ଦନକାନନରେ ଟଏ ଟ୍ରେନର ମଜା ନେବେ ପର୍ଯ୍ୟଟକ । ଟ୍ରାକରେ ଦୌଡିବ ଟଏ ଟ୍ରେନ । ଏହି ଟ୍ରେନରେ ଛୋଟ ପିଲାଠୁ ନେଇ ସବୁ ବର୍ଗର ପର୍ଯଟକ ବସି ଏହାର ବଜା ନେଇ ପାରିବେ ।
ନନ୍ଦନକାନନ ଭିତରେ ୧.୨ କିଲୋମିଟର ଟ୍ରାକ, ବୁଲେଟ ଟ୍ରେନ ଷ୍ଟେସନ ଏମସିଏଲ ର ଆର୍ଥିକ ସହାୟତାରେ ନିର୍ମାଣ ହୋଇଛି । ଏହି ଟଏ ଟ୍ରେନରେ ୪ ବଗି ରହିଥିବା ବେଳେ ଏଥିରେ ଗୋଟେ ଥରରେ ୭୨ ଜଣ ଯାତ୍ରୀ ଯାଇପାରିବେ ଏବଂ ନନ୍ଦନକାନନରେ ବନ୍ୟଜନ୍ତୁଙ୍କୁ ଦେଖିବାର ମଜା ନେଇପାରିବେ । ସେହିପରି ପ୍ରତି ବଗିରେ ୨ ଟି ସିଟ୍ କେବଳ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ହୋଇ ରଖାଯାଇଛି ।