କଟକ(ଏଟିଆର ବ୍ୟୁରୋ): ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନରୁ ବହୁ ଜାଗାରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । କେଉଁଠି ଅଧିକ ଫାଇନକୁ ଆଦାୟକୁ ନେଇତ ଆଉ କେଉଁଠି ଲୋକ ମାନେ ପୋଲିସ ଗାଡିକୁ କାଗଜ ପତ୍ର ମାଗିବାରୁ ପୋଲିସ ଓ ଜନସାଧାରଣଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଛି । ଏହି ପରିସ୍ଥିତକୁ ସମ୍ଭଳିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରା ଯାଇଛି । ଲୋକ ମାନଙ୍କୁ ନୂଆ ଟ୍ରାଫିକ ନିୟମ ବିଷୟରେ ସଚେତନ କରିବା ପାଇଁ ଆଜି ଠାରୁ ସଚେତନା ରଥ ଗଡିଛି । ଆଜି କଟକ ଠାରେ ଟ୍ରାଫିକ ଡିସିପି ସାଗରିକା ନାଥ ଓ ବହୁ ବରିଷ୍ଠ ଅଧିକାରି ସବୁଜ ସଂକେତ ଦେଇ ସଚେତନା ରଥକୁ ଗଡିବାକୁ ଦେଇଛନ୍ତି ।
ଏହି ରଥ ଲୋକ ମାନଙ୍କୁ ହେଲମେଟ ପିନ୍ଧି ଗାଡି ଚଲାଇବା, ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ନବସାଇବା, ୪ଚକିଆ ଯାନରେ ସିଟ ବେଲ୍ଟ ବାନ୍ଧିବା, ମଦ୍ୟ ପାନ କରି ଗାଡି ନଚଲାଇବା, ଗାଡି ଚଲାଇବା ବେଳେ ସଠିକ କାଗଜ ପତ୍ର ପାଖରେ ରଖିବା, ଅଟୋରେ ତିନି ଜଣରୁ ଅଧିକ ନବସାଇବା ନେଇ ଏହି ରଥ ସଚେତନ କରାଇବ । ଏହି ରଥ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକ ମାନଙ୍କୁ ସଚେତନ କରାଇବ ।