ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲା ଠାରୁ ୭୦ କିଲୋମିଟର ଦୂରରେ ହାୱଡା ମୁମ୍ବାଇ ସୁପରଫାଷ୍ଟ ମେଲ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ କାଲି ରାତି ୨ ଟାରେ ଏହି ଘଟଣା ଘଟିଛି । ବଗିରେ ଅଧିକ ପରିମାଣରେ ପାର୍ସଲ ରହିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି ।
ଅଧିକ ପରିମାଣରେ ଜିନିଷ ରହିଥିବାରୁ ଯାତ୍ରୀ ରହିଥିବା ବଗିର ଭ୍ୟାକୁମ ପାଇପ ଫାଟି ଯିବାରୁ ଦୂର୍ଘଟଣା ଘଟିଥିଲା । ତେବେ ଘଟଣା ସ୍ଥଳରେ ଆଉ ଏକ ରିଲିଫ ଟ୍ରେନ ପହଞ୍ଚି ସହଯୋଗ କରିବା ଫଳରେ ସ୍ଥିତି ସ୍ୱାଭାବତିକ ହୋଇଥିବା ଜଣାପଡିଛି । ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଟାପାହାଡ ଓ ସୋନୁଆ ଷ୍ଟେସନ ମଧ୍ୟରେ ମୁମ୍ବାଇ-ହାଓଡ଼ା ସୁପରଫାଷ୍ଟ ମେଲ(୧୨୮୦୯) ର ପାର୍ସଲ ଭ୍ୟାନ ଲାଇନଚ୍ୟୁତ ହୋଇଥିଲା । ଯାଞ୍ଚ ପରେ ଆଜି ସକାଳ ୬ଟାରେ ଟ୍ରେନ ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା