ପୁରୀ(ଏଟିଆର ବ୍ୟୁରୋ): ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ବନ୍ଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱରରେ ରହିବ । ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ୱାନ ପୂର୍ଣ୍ଣିମା ପାଳନ ହେବ । ତେଣୁ ଯଦି ପୁରୀକୁ ଟ୍ରେନ ଚଳାଚଳ ହେବ ତେବେ ସ୍ନାନ ଯାତ୍ରା ସମୟରେ ପୁରୀରେ ଭିଡ ଲାଗିବ । ଏହାକୁ ନଜରରେ ରଖି ପୁରୀକୁ ଟ୍ରେନ ଚଳାଚନ ବନ୍ଦ କରାଯାଇଛି ବୋଲି ଅନୁମାନ କରାଯାଉଛି ।
ସେହିପରି ଜୁନ୍ ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରାଯାଇଛି।