ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପଶ୍ଛିମବଙ୍ଗ ନିର୍ବାଚନ ହେବା ପୂର୍ବରୁ ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ୍ କରୋନାର ଶିକାର ହୋଇଥିବା ଜଣାପଡିଛି । ଖବର ସାମ୍ନାକୁ ଆସିବା ପରେ ସମସ୍ତ ମିଟିଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ଅନ୍ୟପଟେ ନୁସରତଙ୍କ ସମସ୍ତ ଫ୍ୟାନ ଏହି ଖବର ଶୁଣିବା ପରେ ଚିନ୍ତି ହୋଇପଡିବା ସହ ତାଙ୍କ ଆଶୁଆରୋଗ୍ୟ ପାଇଁ କାମନା କରିଛନ୍ତି । ନୁସରତ ଏକ ୱବସାଇଟରେ କଥା ହେଉଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅସ୍ୱୀକାର କରିଥିଲେ ।
ନୁସରତ କହିଛନ୍ତି ମୋତେ କେବଳ ଜ୍ୱର ହୋଇଛି । ଏଥିପାଇଁ ମୁଁ ଡାକ୍ତରଙ୍କଠାରୁ ପରାମର୍ଶ ନେଇ ଔଷଧ ମଧ୍ୟ ଖାଉଛି । ଡାକ୍ତର ମତେ କରୋନା ଟେଷ୍ଟ କରିବା ପାଇଁ କହିନଥିବା ବେଳେ ମୁଁ କିଭଳି କୋଭିଡ ପଜିଟିଭ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।