ପାଲଲହଡା (ଏଟିଆର) ; ‘ଜଗନ୍ନାଥ’ ପରେ ଏବେ ‘ଜଗଦମ୍ବା’ର ପାଳି । ପୁଣି ଦୁର୍ଘଟଣା ଗସ୍ତ ହେଲା ଯାତ୍ରୀବାହୀ ବସ । ପିଛାଛାଡୁନି ଦୁର୍ଘଟଣା ଜନିତ ଘଟଣା । ଗତକାଲି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବସ ଦୁର୍ଘଟଣା କୁ ନେଇ ଚର୍ଚ୍ଚା କମିନଥିବା ବେଳେ ଏବେ ଆଉ ଏକ ବସ ଦୁର୍ଘଟଣା ଗସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ବସକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । ଫଳରେ ପାଖାପାଖି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଲହୁଣୀପଡା ଥାନା ଖୁଟୁଗାଁ ନିକଟରେ ଘଟିଛି । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ୧୫ ଜଣଙ୍କୁ ସା୍ଥନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ , ପାଖାପାଖି ୩୦ ରୁ ୩୫ ଜଣ ଯାତ୍ରୀଙ୍କୁ ନେଇ ଜଗଦମ୍ବା ନାମକ ବସଟି ରାଉଲକେଲାରୁ ଅନୁଗୁଳର ପାଲଲହଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ପାଲଲହଡା ନିକଟ ଲହୁଣିପଡା ଥାନା ଖୁଟୁଗାଁ ନିକଟରେ ବସ ସହ ଏକ ଅଖା ବୋଝେଇ ଟ୍ରକର ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଖା ବୋଝେଇ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ରାସ୍ତା ଉପରେ ଓଲଟି ପଡିଥିଲା ।ସେହିପରି ବସଟି ମଧ୍ୟ ଦୁର୍ଘଟଣା ଗସ୍ତ ହେବା ପରେ ନିଜ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱକୁ ଚାଲିଯାଇଥିଲା । ବସଟିର ନମ୍ବର ଓଆର -୧୪ ଏଲ -୯୪୭୪ ବୋଲି କଣାପଡିଛି । ସେପଟେ ଆହତମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା କୁହାଯାଉଛି ।