ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ କରୋନାର ସ୍ଥିତ ବିଗିଡିବାରେ ଲାଗିଛି । ପ୍ରତିଦିନ ରାଜଧାନୀ ଭୁବନେଶ୍ୱରରୁ ଶହ ଶହ ଲୋକ କରୋନା ସଂକ୍ରମିତ ହେଉଥିବା ବେଳେ ସଂକ୍ରମିତଙ୍କ ମଧ୍ୟରେ ଲୋକକାଲ ସଂକ୍ରମଣଙ୍କ ସଂଖ୍ୟା ଅଧିକ ରହୁଛି । ଯାହା ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଦିନକୁ ଦିନ କଟକରେ ମଧ୍ୟ କରୋନା ଆକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୬ ତାରିଖ ଦିନ କରୋନାର ସ୍ଥିତି ସମୀକ୍ଷା କରିବା ବେଳେ ଭୁବନେଶ୍ୱର ଓ କଟକସରରେ କୋଭିଡ ନିୟମ ପାଳନ ଠିକ ଭାବେ ହେଉନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଯାହାଫଳରେ ଏବେ ଆକ୍ସନ ମୋଡରେ ଟ୍ୱିନ ସିଟି ପୋଲିସ ।
ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀର ବିଭିନ୍ନ ଅଞ୍ଚଳ ତଥା ସହିଦନଗର, ଲକ୍ଷ୍ମୀସାଗର, ଓ ବରମୁଣ୍ଡାର ରୁଚିକା ମାର୍କେଟ ବୁଲି ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବା ସହ ତାଗିତ ମଧ୍ୟ କରିଛନ୍ତି । କୋଭିଡ ନିୟମ ଖିଲାଫତକାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।
କୋଭିଡ ନିୟମ ଅନୁଯାୟୀ ଯେଉଁ ମାନେ ମାସ୍କ ପିନ୍ଧୁ ନଥିବେ କି ସାମାଜିକ ଦ୍ୱରତ୍ୱ ପାଳନ କରୁନଥିବେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ତାଗିତ ମଧ୍ୟ କରାଯାଉଛି । ସେହିଭଳି କଟକରେ ମଧ୍ୟ ଡିଜିପି ପ୍ରତୀକ ସିଂ ବିଭିନ୍ନ ଜନଗହଳୀପୁର୍ଣ୍ଣ ଅଞ୍ଚଳକୁ ଯାଇ ଅମାନିଆଙ୍କୁ ସାବାଡ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024