ଗଜପତି (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଏବେ କୋଭିଡ କଟକଣା କଡାକଡି କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଗଜପତି ପାରଳାଖେମୁଣ୍ଡିରେ ୨ ଟି ସିନେମା ହଲ୍ କୁ ସିଲ୍ କରାଯାଇଛି । ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ କୁ ଅନର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏହି ଦୁଇଟି ସିନେମା ହଲୁ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ପ୍ରାଶାସନ ପକ୍ଷରୁ ସିନେମା ହଲ ଦୁଇଟିକୁ ସିଲ କରାଯାଇଛି ।
ଯାଞ୍ଚ ବେଳେ ଆବଶ୍ୟକ କାଗଜପତ୍ର ନଥିବା ହେତୁ ଅନର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲ ଦୁଇଟିକୁ ବନ୍ଦ କରାଯିବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଗତକାଲି ରାୟଗଡାରେ ମଧ୍ୟ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରାଯାଇଥିଲା ।