ସମ୍ବଲପୁର ( ଏଟିଆର ବ୍ୟୁରୋ): ଅଣ ଓସରିଆ ରାସ୍ଥା ହେଲା କାଳ । ଦୁଇ ଯାତ୍ରୀବାହି ବସ ହେଲେ ମୁହାଁମୁହିଁ ଧକ୍କା । ୭ ଆହତ ଦୁଇ ଗୁରୁତର । ଘଟଣା ଘଟିଛି ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ । ଭୁବନେଶ୍ବରରୁ ବରଗଡ ଆସୁଥିଲା ‘ମିନୁ’ ବସ୍ ଓ ସମ୍ବଲପୁରରୁ ଅନୁଗୋଳ ଯାଉଥିଲା ‘ଉଷା’ ବସ୍ ମୁହାଁ ମୁହିଁ ଧକ୍କା ହୋଇଛି । । ଗୁରୁତରଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ଭୋର ୬ ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ସକାଳୁ ଭୁବନେଶ୍ବରରୁ ବରଗଡ ଆସୁଥିବା ‘ମିନୁ’ ବସ୍ ଓ ସମ୍ବଲପୁରରୁ ଅନୁଗୋଳ ଯାଉଥିବା ‘ଉଷା’ ବସ୍ ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ ରାସ୍ଥା ଅଣ ଓସାରିଆ ଥିବାରୁ ଭାରସ୍ୟାମ ହରାଇ ମୁହାଁ ମୁହିଁ ଧକ୍କା ହୋଇଥିଲେ ।
ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହିତ ଡାକ୍ରଖାନା ସ୍ଥାନାନ୍ତରିତ କରିଛନ୍ତି । ଗତ ୪ ଦିନ ତଳେ ଏହି ସ୍ଥାନରେ ଦିଲ୍ଖୁସ୍’ ନାମକ ଏକ ବସ୍ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।