ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷିବ । ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ମୟୁରଭଞ୍ଜ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି ।
ଏନେଇ ପାଣିପାଗ ବିଭାଗ କ୍ଷରୁ ଏହି ସବୁ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବି ମାନେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ସପ୍ତାହେ ହେଲା ଲଗାଣ ବର୍ଷା ଜାରି ରହିଛି । ଗତକାଲି ପାଗ ସମାନ୍ୟ ହୋଇଥିଲେ ମଧ୍ୟ ଆଜି ଠାରୁ ପୁଣି ବର୍ଷା ବଢିଛି । ଭୁବନେଶ୍ୱର ସମେତ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ଆଜି ସକାଳ ୧୦ ଟାରୁ ବର୍ଷା ଲାଗି ରହିଛି ।