କଟକ(ଏଟିଆର ବ୍ୟୁରୋ): କଟକରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରେଭେନ୍ସା ବିଦ୍ୟାଳୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୮ ଜଣ ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବାପରେ କତ୍ତୃପକ୍ଷ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।
କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷାକୁ ପୁଣି ଥରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କଟକ ଓ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ବଢିଯାଇଥିବାରୁ ପ୍ରଶାସନର ଚିନ୍ତାର କାରଣ ବଢିବାରେ ଲାଗିଛି । ସେହିପରି ୟୁଜି ଓ ପିଜି ରେଗୁଲାର ବ୍ୟାକ୍ ପରୀକ୍ଷାକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ।
ଅନ୍ୟପଟେ ଜିଳ୍ଲାରେ କୋଭିଡ ସଂକ୍ରମଣକୁ ନେଇ ଜିଲ୍ଲାରେ ପ୍ରଶାସନ ଗାଇଡଲାଇନ ଜାରି କରିଛନ୍ତି ।ନିକଟରେ କଟକ ସହରରେ ଏକ ଆବାସିକ କଲେଜକୁ ଅନେକ ଛାତ୍ର ଓ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ କଲେଜକୁ ସିଲ କରାଯାଇଥିଲା ।