ବଲାଙ୍ଗୀର ( ଏଟିଆର ବ୍ୟୁରୋ): ପୁଣି ପାଣି ଟାଙ୍କି ନେଲା ଜୀବନ । ପାଣିଟାଙ୍କି ପାଇଁ ବଳୀ ପଡୁଛି ଜୀବନ । ତଥାପି ନାହିଁ ସଚେତନତା । ବିଦ୍ୟୁତ ଲାଗି ଦୁଇ ଶ୍ରମିକଙ୍କ ମୃତ୍ୟୁ । ପାଣିଟାଙ୍କି କାମ କରୁଥିବା ବେଳେ ଲାଗିଲା କରେଣ୍ଟ । ସୂଚନା ଅନୁସାରେ ଆଜି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରକାନୀ ଗାଁରେ ପାଣି ଟାଙ୍କି ମରାମତି କରୁଥିଲେ ପଶ୍ଚିମବଙ୍ଗର ଗଙ୍ଗା ହୁସେନ୍ ଏବଂ ଦିଲବର୍ ହୁସେନ୍ ।
ସେମାନେ ପାଣିଟାଙ୍କି ମରାମତି କରୁଥିବା ବେଳେ ହଠାତ ସେମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଯାହା ଫଳରେ ଉଭୟ ସଜ୍ଞାହୀନ ହୋଇ ପଡିଥିଲେ । ପ୍ରଥମେ ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଜଣେ ଅନ୍ୟଜଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଆର ଜଣଙ୍କ ଆସି ଯାଇଥିଲେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରକାନୀରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ମଞ୍ଚେଶ୍ୱରରେ ପୂର୍ବରୁ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।