ଉମରକୋଟ (ଏଟିଆର ବ୍ୟୁରୋ): ଅଚାନକ୍ ରାସ୍ତାରେ ଯାଉଥିବା ବେଳେ ଜଣେ ବାଇକ ଆରୋହୀକୁ ଧକ୍କା ଦେଇଥିଲା ଏକ ସ୍କର୍ପିଓ ଗାଡି । ଏହାପରେ ଗାଡିଟି ସିଧା ସଳଖ ବିଲ ଭିତରକୁ ଗଡି ଯାଇଥିଲା । ଘଟଣାରେ ବାଇକ୍ ଆରୋହୀ ଜଣକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି । ଗାଡିଟି ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କର ବୋଲି ଜାଣିବାକୁ ମିଳିଛି ।
ଗାଡିଟି ରାଇଘରରୁ ଉମରକୋଟ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମାତ୍ର ଗାଡିରେ ବିଧାୟକ ନଥିଲେ । ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ଥିବା ଜଣାପଡିଛି ।