ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ରୋଲ ମଡେଲ ହୋଇଛି ଓଡିଶା । ବିପର୍ଯ୍ୟୟ ସମୟରେ ଓଡିଶା ସରକାର ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି ।
ଜାତିସଂଘ ମୁଖ୍ୟ ମାମି ମିଜୁଟୋରୀ କହିଛନ୍ତି କି, ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ କିଭଳି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପ୍ରାକ ପ୍ରସ୍ତୂତି ଉପରେ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ଏହାସହିତ ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ରାଜନୈତିକ ପ୍ରତିବଦ୍ଧତ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି । ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାରେ ୧୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ତାପରେ ଓଡ଼ିଶାରେ ଆଉ ସେଭଳି ଘଟଣାର ପୁନରାବୃତ୍ତି ହୋଇ ନାହିଁ ।
ଏହା ପୂର୍ବରୁ ମଧ୍ୟ ବିପର୍ଯ୍ୟୟ ମୁକାବିଲାରେ ଟଘଊଜଜ ୨୦୧୩ରେ ବାତ୍ୟା ଫାଇଲିନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।