ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଏବେ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ କେବଳ ଅତି ଆବଶ୍ୟକ ଦୋକାନ ଖୋଲା ରହିଛି । ମାତ୍ର ଏହି ଦୋକାନ ମାନଙ୍କରୁ ଜିନିଷ କିଣିବା ସମୟରେ ଅତ୍ୟଧିକ ଗହଳି ନକରି ଦୂରତା ବଜାୟ ରଖିବା ପାଇଁ ଓଡିଶା ପୋଲିସ ପକ୍ଷରୁ କଡା ନଜର ରଖା ଯାଇଛି । ସେହି ଅନୁଯାୟୀ ଭୁବନେଶ୍ୱର ୟୁନିଟ୍ ୪ ରେ ଥିବା ମାଛ ମାର୍କେଟକୁ ଅସ୍ଥାୟୀ ରୂପେ ସ୍ଥାନାନ୍ତରିତ କରାଯିବ । ଏହି ବ୍ୟବସାୟୀ ମାନେ ଆସନ୍ତା କାଲିଠାରୁ ଶାସ୍ତ୍ରୀ ନଗରର ରେଡକ୍ରସ ଭବନ ପଟେଲ ମାର୍ଗରେ ବସିବେ । ମାତ୍ର ଅନ୍ୟ ଚିକେନ୍ ଏବଂ ମଟର୍ନ ଦୋକାନୀ ୟୁନିଟ୍ ୪ ହାଟରେ ବ୍ୟବସାୟ କରିବେ । ତାଙ୍କୁ ସ୍ଥାନାନ୍ତରିତ କରାଯିବ ନାହିଁ । କେବଳ ମାଛ ବ୍ୟବସାୟୀଙ୍କୁ ହିଁ ସ୍ଥାନାନ୍ତରିତ କରାଯିବ । ଏନେଇ ବିଏମସିର ଜୋନାଲ ଡେପୁଟି କମିଶନର ଆଜି ସୂଚନା ଦେଇଛନ୍ତି ।
ଏହାପୂର୍ବରୁ ବିଏମସି ପକ୍ଷରୁ ୟୁନିଟ୍ ୧ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯାଇଥିଲା । କାରଣ ଲୋକେ ମାର୍କେଟରେ ଅଧିକ ଗହଳି କରିବାରୁ ବିଏମସସି ଏଭଳି ନିଷ୍ପତି ନେଇଥିଲା ।