ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମଣିଷ ଜୀବନରେ ଲୁଣର ଆବଶ୍ୟକତା ବହୁତ ଅଧିକ । କାରଣ ଖାଦ୍ୟରେ ଯଦି ଲୁଣର ପରିମାଣ ଠିକ ନ ରହିବ ତେବେ ଯେତେ ସୁଆଦିଆ ଖାଦ୍ୟ ହେଇଥାଉ ନାଁ କାହିଁକି ତାହା ଆପଣଙ୍କ ପାଟିକୁ ଅରୁଚି ଲାଗିବ । କିନ୍ତୁ ପ୍ରକୃତରେ ଖାଦ୍ୟରେ ଲୁଣର ଯେପରି ଏକ ମୁଖ୍ୟ ଭୂମିକା ରହିଛି ସେହିଭଳି ଆପଣଙ୍କ ଦୈନଦିନ ଜୀବନରେ ମଧ୍ୟ ଲୁଣର ଆବଶ୍ୟକତା ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଆମେ ଚନ୍ଦ୍ର ଓ ଶୁକ୍ରଙ୍କ ପ୍ରତିନିଧି ବୋଲି ମାନିଥାଉ । ସେହି ଅନୁସାରେ ଲୁଣର କିଛି ଏମିତି ବ୍ୟବହାର ଅଛି ଯାହାକୁ କଲେ ଲୁଣ ପରି ଜୀବନଟା ମଧ୍ୟ ଚମକି ଥାଏ ।
୧. ଯଦି ଆପଣଙ୍କ ଘରେ କାହାକୁ ନଜର ଲାଗିଯାଇଛି ତ ଆପଣ ସେତେବେଳେ ଟିକେ ଲୁଣ ଆଣି ତା ଚାରିପାଖରେ ବୁଲାଇ ଫୋପାଡି ଦିଅନ୍ତୁ , ଦେଖିବେ ନଜର ଦୋଷ ଦୂର ହୋଇଯିବ
୨. ସେହଭଳି ଆପଣ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଏକ କାଚ ବୋତଲରେ ଯଦି ଲୁଣ ପୁରାଇ ଗାଧୁଆ ଘର ବା ପାଇଖାନାରେ ଟାଙ୍ଗି ଦେବେ ତାହା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ ।
୩. ସେହି ଭଳି ବ୍ୟବସାୟ ପ୍ରତିଷ୍ଠାନ ହେଉ କିମ୍ବା ଘର ଉପରୁ କୂଦୃଷ୍ଟିକୁ ଦୂର କରିବା ପାଇଁ ପଡିଯାଇଥିବା ଲୁଣକୁ ଆଣି ଏକ ନାଲି କପଡାରେ ବାନ୍ଧି ଘରର ମୁଖ୍ୟ ଦୁଆରେ ଟାଙ୍ଗିଲେ ତା ବହୁତ ଉପକାରୀ ହୋଇଥାଏ । ଏବଂ ବ୍ୟବସାୟରେ ପ୍ରଗତି ହୋଇଥାଏ
୪. ସେହିଭଳି ଲୁଣକୁ କାହାକୁ ଦେଲା ବେଳେ ସିଧା ଅନ୍ୟ ହାତକୁ ଦିଅନ୍ତୁ ନାହିଁ । ଏମିତି କଲେ ସମ୍ପର୍କ ଖରାପ ହୋଇଥାଏ ।