ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପ୍ରଥମ ପର୍ଯ୍ୟାୟରେ କରୋନା ଟୀକାକରଣ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯାଇଛି ।ଆଗଧାଡିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଟିକା ରୁମ୍ କରାଯାଇ ଟିକାକରଣ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ ହଜାର ଡାଟା ବେସ ପ୍ରସ୍ତୁତ କରାଯାଇଛି ।ଏହି ଟୀକାରଣ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ଆଗଧାଡିରେ ଥିବା ଯୋଦ୍ଧାମାନଙ୍କର ଟିକାକରଣର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ କରୋନା ଟିକା ଦିଆଗଲାଣି । ଓଡିଶାକୁ ଆଜି ୬୩ ହଜାର ୯୦ ହୋଜ କୋଭାସିଲଡ ଟିକା ଆସିଥିବା ବେଳେ ୮୩ ହଜାର ୫୦୦ କୋଭାସ୍କିନ ଟିକା ଆସିଛି । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ।
ଆସନ୍ତା ଫେବ୍ରୁଆରୀ ୧୫ ରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗର ବିଜୟ ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।