ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠାରୁ ଦେଶରେ ବିଭିନ୍ନ ରାଜ୍ୟକୁ ଟିକା ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ଅପରାହ୍ନ ୪ ଟା ୨୦ ସୁଦ୍ଧା ଭ୍ୟାକସିନ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ।୪୦ ହଜାର ୮୦୦ ଡୋଜ କୋଭାସିଲ୍ଡ ଟିକା ପୁନେରୁ ଆସିଛି ।
କୋଭାସିଲ୍ଡ ଟିକାକୁ ତିନୋଟି ଟ୍ରକ ମାଧ୍ୟମରେ ପୁନେ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ପଠାଯିବ ।ପ୍ରଥମେ ଏହା ଦିଲ୍ଲୀରେ ପହଞ୍ଚିବ ଓ ପରେ ୪ ଟା ୨୦ ସୁଦ୍ଧା ଭୂବନେଶ୍ୱର ବିମାନ ବନ୍ଦରରେ ଭ୍ୟାକସିନ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ସ୍ୱତନ୍ତ୍ର କଣ୍ଟେନର ସାହାର୍ଯ୍ୟରେ ଦେଶର ବିଭିନ୍ନ ସ୍ଥାନକୁ ଏହି ଟିକା ପଠାଯିବ ।
ପ୍ରଥମେ ୧ କୋଟି ୧୦ ଲକ୍ଷ ଟିକା ପାଇଁ ଅର୍ଡର ଆସିଛି । ପ୍ରତି ଡୋଜ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ କଥା ହୋଇଛି । ସେରମ ପାଖରେ ୫ କୋଟି ଡୋଜ ରହିଥିବା ବେଳେ ସେ ପ୍ରଥମେ ୧ କୋଟି ୧୦ ଲକ୍ଷ କୋଭାସିଲଡ ଡୋଜ ପ୍ରଦାନ କରିବ ବୋଲି କହିଛି ।
ଆଜି ପଠାଯାଇଥିବା ବିଭିନ୍ନ ସହର ଗୁଡିକ ମଧ୍ୟରୁ ଭୂବନେଶ୍ୱର , ଦିଲ୍ଲୀ , ଅହମଦାବାଦ, କୋଲକତା , ଚେନ୍ନାଇ , କର୍ନାଲ , ହାଇଦ୍ରାବାଦ, ଲକ୍ଷେ୍ନ÷ା , ଓ ଚଣ୍ଡିଗଡ ରହିଛି । ବିମାନ ଯୋଗେ ଏହି ସବୁ ସହରକୁ ଟିକା ପଠାଯିବ । ଏବଂ ସଡକ ମାଧ୍ୟମରେ ପୁନେରୁ ମୁମ୍ବାଇ ଟିକା ପଠାଯିବ ।