ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ଯାହାକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍ ଡାଉନ୍ ହୋଇ ରହିଛି । ତେବେ ସମାନ ପରିସ୍ଥିତି ଓଡିଶାରେ ମଧ୍ୟ ଲାଗି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ରହିବ ବୋଲି ଘୋଷଣା କରାଯାଇଛି । ତେବେ ଏଭଳି ପରିସ୍ଥିତିରେ ଚାଷ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ କୁହାଯାଇଛି । ହେଲେ ଚାଷ କାମ କଲା ବେଳେ ସାମାଜିକ ଦୂରତାକୁ ବଜାଇ ରଖିବା ପାଇଁ କୁହାଯାଇଛି । ତେବେ ଲକ୍ ଡାଉନ୍ ସମୟରେ ମତ୍ସ୍ୟ ଓ ପଶୁ ସମ୍ପଦକ ବିଭାଗକୁ କଟକଣା ମୁକ୍ତ କରାଯାଇଛି ।
ଏହି ସମୟରେ ଗୃହ ପାଳିତ ପଶୁ ମାନଙ୍କୁ ସେବା ଯେଗାଇ ଦେବା ପାଇଁ ପଶୁ ଚିକିତ୍ସାଳୟ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପଶୁ ସମ୍ପଦର ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଜି ମନ୍ତ୍ରୀ ଅରୁଣ ସାହୁ ଭିଡିଓ କନଫରେନସିଂ ମାଧ୍ୟମରେ କୃଷି ଓ ପଶୁ ସମ୍ପଦର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମତ୍ସ୍ୟ ଚାଷ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହା ସହ ବ୍ରୟଲର ଫାର୍ମ ପୁଣି ଥରେ କିପରି ଚାଲିବ ଓ ଅଣ୍ଡା ଉତ୍ପାଦନ କିପରି ଅଧିକ ହେବ ସେନେଇ ଅଧିକାରୀ ମାନଙ୍କୁ ନଜର ଦେବାକୁ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।