ଭୁୂବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ କାଳରେ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ପ୍ରାଥମିକ ରିର୍ପୋଟ ଦାଖଲ କରିଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ମାମଲାର ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ ।
ଆସନ୍ତା ୨୬ ତାରିଖରେ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯିବ । ଏନେଇ ଅଭିଯୋଗକାରୀ ସୁଶାନ୍ତ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କରୋନା ମହାମାରୀ କାଳରେ ରାଜ୍ୟ ବାହାରୁ ରାଜ୍ୟ ସରକାର ମାସ୍କ ଓ ପିପଇ କିଟ କିଣିଥିଲେ ।
ମାତ୍ର ଏଥିରେ ଦୁର୍ନୀତି ହୋଇଥିବା ଏବଂ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହା ପରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଇଥିଲେ।