ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପୁଣି ଜଣେ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଅଚାନକ୍ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପାର ମୁଖ୍ୟ ଆକାଉଣ୍ଟାଟ ଅଫିସର ନଳିନୀ କୁମାରୀ ପୃଷ୍ଟି ଗିରଫ ହୋଇଛନ୍ତି ।
ନଳିନୀଙ୍କ ଘର ଏବଂ ଅଫିସ ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଥିଲା । ସେଠାରୁ ୨ଟି ଫ୍ଲାଟ, ୨ଟି ଜମି ଏବଂ ୬.୮୭ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।