କଟକ( ଏଟିଆର ବ୍ୟୁରୋ ) ; ଓକିଲଙ୍କୁ ବାଡେଇ ସସପେଣ୍ଡ ହେଲେ ୩ ଜଣ ପୋଲିସ କର୍ମଚାରୀ । ଗତକାଲି କଟକରେ ପୋଲିସ ଏବଂ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ପୋଲିସ ପକ୍ଷରୁ ଓକିଲ ମାନଙ୍କୁ ମାଡ ମରାଯାଇଥିଲା । ତେବେ ଆଜି ଏ ଘଟଣା ସମ୍ବନ୍ଧରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ୩ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି କଟକ ଡିସିପି । ଏହାସହ ଜଣେ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ଏକ ମାସ ମଧ୍ୟରେ ହୋମଗାର୍ଡଙ୍କୁ ନୋଟିସର ଜବାବ ଦେବାକୁ ମଧ୍ୟ କୁହାଯାଇଛି । ସେପଟେ ମାତ୍ରାଧିକ କାର୍ଯ୍ୟାନୁଷ୍ଟାନ ପାଇଁ ସସପେଣ୍ଡ ହୋଇଥିବା ପୋଲିସ କର୍ମଚାରୀଙ୍କ ନାମ ହାବିଲଦାର ପି.କେ ବେହେରା, କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ ବୋଲି ଜଣାପଡିଛି ।
ଅନ୍ୟପଟେ ଏହି ଘଟଣାରେ ୪ ଟି ମାମଲାରେ ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ କେହି ଥାନା ଅଧିକାରୀ କରିବେନି ବୋଲି ଡିସିପି କହିଛନ୍ତି । ଖୋଦ ଏଡିସିପିଙ୍କ ତତ୍ୱାବଧାନରେ କ୍ରାଇମବ୍ରାଞ୍ଚର ଅଧିକାରୀ ମାନେ ଏହାର ତଦନ୍ତ କରିବେ । ଏହି ତଦନ୍ତରେ ଯାହାର ନାମ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାଯ୍ରା୍ୟନୁଷ୍ଟାନ ମଧ୍ୟ ନିଆଯିବ ବୋଲି ଡିସିପି କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024