ଝାରସୁଗୁଡା(ଏଟିଆର ବ୍ୟୁରୋ): ଆୟବର୍ହିଭୁତ୍ତ ଓ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସମୟରେ ସରକାରୀ ବାବୁ ମାନେ ଧରାପଡିଥାନ୍ତି । ସେହିଭଳି ଜଣେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ କର୍ଯ୍ୟରତ ଥିବା ମୁଖ୍ୟ କିରାଣୀ ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବେଣୁଧରଙ୍କର କାର୍ଯ୍ୟାଳୟ, ବଢେଇମୁଣ୍ଡାରେ ଥିବା ତାଙ୍କ ବାସ ଭବନ, ଆଇଁତପଡାରେ ଥିବା ତାଙ୍କ ପୈତୃକ ଘର, ସମ୍ବଲପୁରରେ ଥିବା ଶ୍ୱଶୁର ଘରେ ଚଢାଉ କରିଛି ପୋଲିସ । ଆଜି ସକାଳେ ଭିଜିଲାନ୍ସ ବେଣୁଧରଙ୍କ ଘରେ ଚଢାଉ ଆରମ୍ଭ କରିଥିଲା ।
ବେଣୁଧରଙ୍କ ନାମରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ହୋଇଥିଲା । ଏହା ପରେ ଭିଜିଲାନ୍ସର ୪ଟି ଟିମ ବିଭିନ୍ନ ଜାଗାରେ ଚଢାଉ ଆରମ୍ଭ କରିଥିଲା । ତେବେ ଚଢାଉ ଜାରି ରହିଥିବାରୁ ବେଣୁଧରଙ୍କ ସମ୍ପତ୍ତି ଆକଳନ କରାଯାଇ ପାରିନାହିଁ । ଅନ୍ୟପଟେ ବେଣୁଧର କହିଛନ୍ତି ସକାଳେ ଭିଜିଲାନ୍ସ ଟିମ ତାଙ୍କ ଘରକୁ ଆସି ତାଙ୍କ ଘର କେମିତି ତିଆରି ହେଲା ସେ ବିଷୟରେ ପଚାରିଥିଲେ । ବେଣୁଧର ଭିଜିଲାନ୍ସ ଟିମକୁ ସବୁ କାଗଜ ପତ୍ର ଦେଖାଇବା ସହ ତାଙ୍କୁ ପୁରା ସହେଯୋଗ କରୁଛନ୍ତି ବୋଲି କହିଛନ୍ତି ।