ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ଦିନର ପ୍ରତିକ୍ଷା ପରେ ଆଜି ସକାଳ ୭ରୁ ବିଜେପୁରରେ ମତ ଦାନ ଆରମ୍ଭ ହୋଇଛି । ଏହି ମତଦାନ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଆବଶ୍ୟକ ପଡିଲେ ମତଦାନ ଆଉ ଏକ ଘଣ୍ଟା ଚାଲିବ ବୋଲି ସୂଚନା ରହିଛି । ମୋଟ ୨୮୫ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୨ ହଜାର ୨୬୪ ଜଣ ଆଜି ମତଦାନ କରିବେ । ଏହି ଉପ ନିର୍ବାଚନରେ ଜଣେ ମହିଳାଙ୍କ ସମେତ ୫ଜଣ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ମାଓ ପ୍ରବଣ ବୁଥ ଗୁଡିକରେ ବ୍ୟାପକ ପୋଲିସ ସୁରକ୍ଷା କରାଯିବା ସହ ସିସିଟିଭି ଲଗାଯାଇଛି ।
ଉପନିର୍ବାଚନ ପାଇଁ ୧,୮୯୫ ଜଣ ପୋଲଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିରେ ୩୨ ଜଣ ସେକ୍ଟର ଅଫିସର ସାମିଲ ଅଛନ୍ତି । ମତଦାନ ଶେଷ ହେବା ପରେ ପଦ୍ମପୁର ଷ୍ଟ୍ରଙ୍ଗ ରୁମରେ ଇଭିଏମ ମେସିନ ଗୁଡିକ ରଖାଯିବ । ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବା ସହ ସେହିଦିନ ସଂନ୍ଧ୍ୟା ସୁଦ୍ଧା ଫଳାଫଳ ଘେଷଣା କରାଯିବ । ଏହି ଉପ ନିର୍ବାଚନରେ ବିଜୁଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରସ ଦଳର ପ୍ରାର୍ଥୀ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି ।