ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନରୁ ଲୋକ ମାନେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଗାଡି କାଗଜ ପତ୍ର ଠିକ କରିବା ପାଇଁ ଦେଇଥିବା ସମୟ ସୀମା ଶେଷ ହୋଇଛି । ଡିସେମ୍ବର ଆରମ୍ଭରୁ ପୁଣି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଉଛି । ତେବେ ଗାଡି କାଗଜ ପତ୍ରକୁ ଛାଡି ଅନ୍ୟ ସବୁ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି ।
ଏହା ଭିତରେ କିଛି ଲୋକଙ୍କ ନାଁରେ ଭୁଲରେ ଚାଲାଣ କଟିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ କଟକରେ କାର ଚାଳକଙ୍କୁ ହେଲମେଟ ନଥିବାରୁ ଚାଲାଣ କଟିଥିବାର ଅଭିଯୋଗ ହୋଇଛି । ବର୍ତ୍ତମାନ ଯଦି ଭୁଲରେ ଚାଲାଣ କଟାଯାଇଥାଏ ତେବେ ଟଙ୍କା ଫେରସ୍ତ ପାଇବେ ଗାଡି ଚାଳକ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।