ସମ୍ବଲପୁର(ଏଟିଆର ବ୍ୟୁରୋ):ପୁଣି ହେଲା କଣ୍ଟେନମେଣ୍ଟ ଜୋନ୍ । ସମ୍ବଲପୁର ବରୀ ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି ।
ଭିସୁଟରେ ୨୯ ଜଣ ଛାତ୍ରଛାତୀ ସଂକ୍ରମଣ ହୋଇଥିବାର ଜଣାପଡିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତୀଙ୍କ ନମୁନା ପରୀକ୍ଷା ହେବା ପାଇଁ ପଠାଯାଇଛି । ତେବେ ଏହି ସଂକ୍ରମଣ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱିତୀୟ , ଚତୁର୍ଥ , ଷଷ୍ଠ , ଓ ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ପର୍ଯ୍ୟନ୍ତ କ୍ୟାମ୍ପସକୁ ନ ଆସିବା ପାଇଁ ବାରଣ କରାଯାଇଛି । ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କର ଅନଲାଇନ ମାଧ୍ୟମରେ କ୍ଲାସ ହେବ ବୋଲି କୁହାଯାଇଛି ।
ଭିସୁଟରେ ୧୧ ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଗୁଡିକ ହେଲା ପୁଲହ , ପୁଲତ୍ସ୍ୟ , କ୍ରତୁ , ବଶିଷ୍ଟ , ମରିଚ , ଅନୁରାଧା , ଅରୁନ୍ଧତୀ , ରୋହିଣୀ , ବିଶାଖା , ଓ ବସୁନ୍ଧରା । ଏହି ସବୁ ଅଞ୍ଚଳରେ ଗାଡି ଚଳାଚଳ ଓ ସାଧାରଣ ଉପରେ କଟକଣା କରାଯିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।