ସମ୍ବଲପୁର(ଏଟିଆର ବ୍ୟୁରୋ): ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍ ) । ଗତ କାଲି ଭିସୁଟ୍ ରେ ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର୍ ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଏଭଳି ନିଷ୍ପତି ନିଆଯାଇ ଥିବାର ଜଣାପଡିଛି । ଏହା ସହ ଭିସୁଟ୍ ର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହେଡକ୍ୱାର୍ଟର ଥିବା କର୍ମଚାରୀଙ୍କୁ ସେଠାରେ ହିଁ ରହିବାକୁ କୁହାଯାଇଛି ।
ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରିବେ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିସୁଟ୍ ର ରେଜିଷ୍ଟ୍ରାର କହିଛନ୍ତି । ଯେଉଁ କର୍ମଚାରୀ ମାନେ ହେଡକ୍ୱାର୍ଟର୍ ବାରାରେ ଅଛନ୍ତି ସେମାନେ ଫେରିଲେ ହୋମ୍ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ସୂଚନାଯୋଗ୍ୟ ଭିସୁଟ୍ ର ଜଣେ ଆକ୍ରାନ୍ତ ଅଧ୍ୟାପିକା ୭୦ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସମସ୍ତଙ୍କୁ ପୁଲହ ଛାତ୍ରାବାସରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଏହା ପରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।