କଟକ(ଏଟିଆର ବ୍ୟୁରୋ): ଖୁବଶୀଘ୍ର କଟକରେ ଲୋକାର୍ପଣ ହେବ ୱାଟର ସ୍ପୋର୍ଟସ ପାର୍କ । ସାଧାରଣ ଲୋକମାନଙ୍କୁ ମହାନଦୀରେ ଆଡଭେଚଂର ୱାଟର ସ୍ପୋର୍ଟସ ସହ ମନୋରଞ୍ଜନର ସୁବିଧା ପାଇପାରିବେ । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରି ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧି ଓ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
କଟକର ମାତା ମଠଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେଲକ୍ସ ପରିସରରେ ଏହି ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଙଞଊଉ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଙ୍ଗଳବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ସହ କଟକ ଗସ୍ତରେ ଯାଇ ସେଠାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ପାର୍କର ସମସ୍ତ କାର୍ଯ୍ୟ ବୁଲି ଦେଖିସାରିବା ପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ୟ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପର୍ଯ୍ୟଟକଙ୍କ ନିରାପର୍ତ୍ତାକୁ ପ୍ରଥମେ ପ୍ରାଥମିକ ନେଇ ସମସ୍ତ ସୁବିଧା ଲପଲବ୍ଧ କରାଇବା ନିମନ୍ତେ ସେ କହିଛନ୍ତି ।
ୱାଟରସ୍ପୋର୍ଟସ ବ୍ୟତୀତ ଏଠାରେ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯିବ । କଟକବାସୀମାନେ ଏଠାରେ ପ୍ରାକୃତିକ ପରିବେଶକୁ ଊପଭୋଗ କରିପାରିବେ । ପର୍ୟ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି ।