ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଗତକାଲି ସକାଳେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଥିଲା । ତେବେ ଆଜି ସକାଳୁ ରାଜ୍ୟରେ ଉପକୂଳ ଓଡିଶା ସମେତ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟାମ ଧ୍ୟରେ କନ୍ଧମାଳ, ଗତପତି, ଖୋର୍ଦ୍ଧା , ଗଞ୍ଜାମ, ପୁରୀ , କଟକ , ନୟଗଡ ଓ ଜଗତସିଂହପୁର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଏହି ସମୟରେ ଘଡଘଡି ମାରିବା ସହିତ ପବନର ବେଗ ମଧ୍ୟ ସାମାନ୍ୟ ବଢିପାରେ । ସେହିଭଳି ତାପମାତ୍ରା କଥା ଯଦି ଆମେ କହିବା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇ ପାରେ । ଏହି ଅବସରରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଗତକାଲି ପର୍ଯ୍ୟନ୍ତ ପାଗ ଏମିତି ରହିବ । ୨୮ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ । ସୂଚନାଯୋଗ୍ୟ ଘୂର୍ଣ୍ଣିବଳୟ ପ୍ରଭାବଯୋଗୁ ରାଜ୍ୟରେ ବର୍ଷା ଲାଗି ରହିଛି ।