ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟକୁ ପୁଣି ଫେରିଛି ଶୀତ । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନି ଦିଆଯାଇଛି ।ଆଗାମୀ ୫ ଦିନ ପାଇଁ ପାଗ ମୁଖ୍ୟତଃ ଶୁଖିଲା ରହିବ।
ସେହିପରି ୧୦ ଡିଗ୍ରୀ ତଳେ ରହିଛି ୧୦ଟି ସ୍ଥାନ । ଉଦୟଗିରି ରେ ସର୍ବନିମ୍ନ ରାତ୍ରୀ ତାରମାତ୍ରା ୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ, ଝାରସୁଗୁଡାରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ସୋନପୁରରେ ୮.୬ ଡିଗ୍ରୀ, ସୁନ୍ଦରଗଡରେ ୯ ଡିଗ୍ରୀ, ଦାରିଙ୍ଗବାଡି ୯ ଡିଗ୍ରୀ , ବୌଦ୍ଧ ୯ ଡିଗ୍ରୀ, ବାରିପଦା ୯.୬ ଡିଗ୍ରୀ ତାପମାତ୍ରା ରହିଛି ।ଭୁବନେଶ୍ୱରରେ ତାପମାତ୍ରା ୧୩.୮ ରହିଥିବା ଳବେଳେ କଟକରେ ରାତ୍ରିର ତାପମାତ୍ରା ୧୨ ଡିଗ୍ରୀ ରହିଛି ।
ବୌଦ୍ଧ, ଜଗତସିଂହପୁର, ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବରଗଡ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।ଏସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣ୍ରି୍ର ଜାରି କରାଯାଇଛି । ବାଲେଶ୍ୱର, କେନ୍ଦୁଝର, ଚାନ୍ଦବାଲି, ମଧ୍ୟ ୪ ରୁ ୫ ଦିନ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଞ୍ଚଳିତ ପାଣିପାଗ ବିଭାଗ ସୂଚନା ଦେଇଛି