ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତକାଲି ଠାରୁ ରାଜ୍ୟରେ ତାପମାତ୍ରା ବଢିପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ୧୨ ରୁ ୧୪ ତାରିଖ ମଧ୍ୟରେ ତାପମାତ୍ରା ଅଧିକ ବୃଦ୍ଧି ହେବ । ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ଅତିକ୍ରାନ୍ତ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ୧୪ ଓ ୧୫ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି ।
ଆସନ୍ତା ୧୨ ଓ ୧୪ ତାରିଖ ବେଳକୁ ଉପକୂଳ ଓଡିଶାରେ ତାପମାତ୍ରା ସ୍ଥିର ରହିିପାରେ ମାତ୍ର ଏହି ସମୟ ମଧ୍ୟରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ତପମାତ୍ରାରେ ଅଧିକ ବୃଦ୍ଧି ହୋଇପାରେ । ଆଜି ଊଓ ଆସନ୍ତାକାଲି ଉପକୂଳ ଓଡିଶାରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଇଛି ।