ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ବଢିବ ତାତି । ୨ରୁ ୩ ଡିଗ୍ରର ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଅଧିକାଶଂ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କମରିବାର ସମ୍ଭାବନା ରହିଛି । ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ଖରାରୁ ଆଶ୍ୱସ୍ତି ମିଳିବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ୬ ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ସୁନ୍ଦରଗଡରେ ସର୍ବାଧିକ ୪୧ଡିଗ୍ରୀ ରହିଥିବାବେଳେ ବଲାଙ୍ଗିର ୪୦.୫ ଡିଗ୍ରୀ ଛୁଇଁଥିଲା । ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଲେଖାଏଁ ରହିଥିଲା ।
ସେହିପରି ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଲେଖାଏଁ ରହିଥିଲା । ସୋନପୁର ତାପମାତ୍ରା ୩୯, ବୌଦ୍ଧ ୩୯.୫, ତାଳଚେର ୩୯.୫, ହୀରାକୁଦ ୩୯.୫, ବାରିପଦା ୩୯.୬ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୭.୫ ଡିଗ୍ରୀ ଥିଲା ।
୧୧ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘୂର୍ଣ୍ଣିବଳୟ ସହିତ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି।