ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୋଲିସ କରିଥିବା ନିୟମ ଭାଙ୍ଗି ଚାଷୀ ଦିଲ୍ଲୀ ଭିତରକୁ ପ୍ରବେଶ କରିଥିବାରୁ ଉତ୍ତୋଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା ।କିନ୍ତୁ ଆନ୍ଦୋଳନତାର ଚାଷୀଙ୍କୁ ଅଟକାଇ ପାରିନଥିଲା ପୋଲିସ ।
ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା ।
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଗତ ୬୦ ଦିନ ଧରି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ।ସରକାର ଓ ଚାଷୀଙ୍କ ମଧ୍ୟରେ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ସରକାର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ବୈଠକ ହେବା ପରେ ମଧ୍ୟ କୈାଣସି ସମାଧାନ ବାଟ ବାହାରି ପାରିନଥିଲା । ଏହି ଆଇନକୁ ବିରୋଧ କରିବାକୁ ଯାଇ ଚାଷୀମାନେ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ ।
ବିକ୍ଷୋଭକାରୀମାନେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ବାଟରେ ଏକ ବସକୁ ଭଙ୍ଗାରୁଜା କରିଥିଲେ ।ଦିଲ୍ଲୀସୀମାରେ ବିଭିନ୍ନ ସ୍ଥାନରେ ୫୦୦୦ ରୁ ଅଧିକ ବିକ୍ଷୋଭକାରୀ ଏକାଠି ହୋଇଥିଲେ ।
ଆଜି ସାଧାରଣତନ୍ତ୍ର ଦିବସ ହୋଇଥିବାରୁ ଚାଷୀଙ୍କ ଟ୍ରାକ୍ଟର ରାଲି ଆୟୋଜନ ହୋଇଥିଲା । ତେବେ ଆଜି ରାଲି ସମୟରେ ବିଭିନ୍ନ ସ୍ଥାନ ଚାଷୀଙ୍କ ହିଂସାତ୍ମକ ରୂପ ଦେଖିବାକୁ ମିଳିଛି ।