ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଦିନ ୧୧ ଟା ବେଳ ଠାରୁ ପାଗ କୋହଲା ରହିଥିବା ବେଳେ ୧୨ ଟା ୩୦ ବେଳଠୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି । ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ୪୦ ରୁ ୪୫ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଉଛି ।
ଉପକୂଳ ଓଡିଶାର କେତେକ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କ କରାଯାଉଛି । ସେହିଭଳି ରାଜଧାନୀରେ କୁଆପଥର ବର୍ଷା ହୋଇଛି । ଆସନ୍ତା ୨ ଦିନ ବର୍ଷା ହେବାକୁ ଥିବାରୁ ୨ ଦିନ ପର୍ଯ୍ୟନ୍ତତ୍ତମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ପାଗ କୋହଲା ରହିବ । ମାତ୍ର ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବ ନାହିଁ ।