ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗୋଟେ ପଟେ କରୋନା ଆଉ ଗୋଟିଏ ପଟେ ତାତି ଗତ ସପ୍ତାହେ ହେଲା କଲବଲ କରୁଥିଲା ଜୀବନକୁ । ୧୨ ଟା ହେଲେ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି ଲୋକେ । ମାତ୍ର ଗତକାଲି ସନ୍ଧ୍ୟାରେ ବର୍ଷା କାଳ ବୈଶାଖୀ ବର୍ଷା ହେଲା ପରେ ପରିସ୍ଥିତି ସାମାନ୍ୟ ସୁଧାର ହୋଇଛି । ତେବେ ଏହି କାଳ ବୈଶାଖୀ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏନେଇ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ସୂଚନା ଅନୁସାରେ କାଳ ବୈଶାଖୀ ସମୟରେ ପବନର ବେଗ ସର୍ବାଧିକ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ । ଏହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାଳ ବୈଶାଖୀର ତାପ ମାତ୍ରା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତାପମାତ୍ରା ପୂର୍ବଭଳି ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଆଭ୍ୟନ୍ତରିଣ ଓଡିଶାର କେତେକ ଜିଲ୍ଲାକୁ ବାଦ ଦେଲେ ପ୍ରାୟତ ତାପମାତ୍ରା ଅଧିକ ରହିବ ।