ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ କମବ ବୋଲି ଆଶଙ୍କା କରାଯାଉଛି । ତେବେ ମଧ୍ୟ ରାତ୍ରିରେ ତାପମାତ୍ରା କମ ହେବ । ଯାହା ଫଳରେ ଶୀତ ବଢିବ । ସେହିଭଳି ଏହି ୪ ଦିନ ପର୍ଯ୍ୟନ୍ତ କୁହୁଡି ମଧ୍ୟ ବଢିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ସୂଚନାଯୋଗ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୮.୩ ,ଟିଟିଲାଗଡରେ ୯, ଦାରିଙ୍ଗିବାଡିରେ ୧୦, ସୁନ୍ଦରଗଡ ଓ ସୋନପୁରରେ ୧୧, ଅନୁଗୁଳରେ ୧୨.୬, ବଲାଙ୍ଗିର ଓ କୋରାପୁଟରେ ୧୩, ଭବାନୀପାଟଣାରେ ୧୩.୫ , ଝାରସୁଗୁଡାରେ ୧୩.୬, ସମ୍ବଲପୁରରେ ୧୩.୭, କେନ୍ଦୁଝରରେ ୧୩.୮, ତାଳଚେରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି ।