ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟକୁ ପୁଣି ଫେରିଛି ଶୀତ । ସକାଳ ୧୦ ଟା ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ କୁହୁଡି କମୁ ନଥିବା ବେଳେ ଗାଡିମଟର ଚଳାଚଳରେ ବାଧା ସୃଷ୍ଟି ହେଉଛି । ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।
କଟକ, ଜଗତସିଂହପୁର , ଖୋର୍ଦ୍ଧା , ଅନୁଗୁଳ , ରାୟଗଡା , ମାଲକାନଗିରି , ଓ ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟ ଧରଣର ଘନ କୁହୁଡି ଦେଖାଦେଇଛି । ଗୁରୁବାର ଠାରୁ ରାଜ୍ୟରେ ଅଧିକାଂଶ ସ୍ଥାନରେ ଶୀତ ବଢିବ ବୋଲି ଅନୁମାନ କରାଯାଉଛି । ଓଡିଶାରେ ୧୯ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରା ସେଲସିୟସ ପର୍ଯ୍ୟନ୍ତ ବଢିପାରେ ।
ଫୁଲବାଣୀରେ ତାପମାତ୍ରା ୫ ଡିଗ୍ରୀ ।ସଲସିୟସ କୁ ଖସିଛି । ସେହିପରି ଦାରିଙ୍ଗବାଡିରେ ତୁଷାରପାତ ହେବା ସହ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ଝାରସୁଗୁଡାର ୮.୨ ଡିଗ୍ରୀ ସେଲସିୟସକୁ ଖସିଛି । ବୈାଦ୍ଧ, ନୟାଗଡ , ପୁରୀ, କନ୍ଧମାଳ ,ଓ କଳାହାଣ୍ଡି ରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।