ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ଏକ ତୃତୀୟା ଅଂଶ ଲୋକ ପଶ୍ଚିମ ବଙ୍ଗ ଅଞ୍ଚଳରୁ ଓଡିଶା ଫେରିଛନ୍ତି । ରାଜ୍ୟର ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମ ବଙ୍ଗର ଫେରିଛନ୍ତି । ପଶ୍ଚିମ ବଙ୍ଗର ଫେରୁଥିବା ସମସ୍ତ ବ୍ୟକ୍ତି କ୍ୱାରାଣ୍ଟାଇନ ପାଳନ କରିବେ । ଏନେଇ ସରପଞ୍ଚ ମାନେ ବିଶେଷ ଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାନେ ୧୪ ଦିନ ଅଣଶର ଘରେ ରହି କ୍ୱାରେଣ୍ଟାଇନ ପାଳନ କରିବେ ସେମାନଙ୍କୁ ସରକାରଙ୍କ ତରପରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ୨ ହଜାର ଟଙ୍କା ପ୍ରଦାନ କରାଯିବ ।ସେହିପରି ଆଜି ସାରା ବିଶ୍ୱରେ ୨୧୦ ଟି ଦେଶକୁ କରୋନା ବ୍ୟାପିଛି । ତେବେ ସାରା ବିଶ୍ୱରେ ୨୪୧୮୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୫୭୪୧ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଭାରତରେ ୪୦୧୫୮୬ ଟି ନମୁନା ପରିକ୍ଷା କରାଯାଇଛି । ସେଥିମଧ୍ୟରୁ ୧୭୨୬୫ଜଣ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ୨୫୪୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୪୩ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତ ବର୍ଷରେ ୧୭୦ ହଟ୍ ସ୍ପଟ୍ ଚିହ୍ନଟ କରାଯାଇଛି ।
ସେହିଭଳି ଓଡିଶାରେ ୧୦୬୪୧ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୭୪ଟି ପଜେଟିଭ ଅସିଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କ କରୋନା ଭାଇରସରେ ରାଜ୍ୟରେ ମୃତ୍ୟୁ ଘଟିଛି । ଏହା ସହ ସୁବ୍ରତ ବାଗଚୀ ଆମ ଶରୀରରେ କିଭଳି କରୋନା ଭାଇରସ ପସିଥାଏ ସେକଥା କହିଥିଲେ । ସେ କହିଥିଲେ ଆମ ଶରୀରରେ ୩୭ଲକ୍ଷ କୋଟି ଜୀବ କେଷ ଅଛନ୍ତି । କରୋନା ଭୁତାଣୁ ଆମ ନାକ ଓ ପାଟି ବାଟ ଦେଇ ଫୁସଫୁସକୁ ଯାଇ ଫୁସଫୁସରେ ଥିବା ଜୀବ କୋଷକୁ ଅତିଆର କରି କୋଟି କୋଟି ଭୁତାଣୁ ସୃଷ୍ଟି କରେ । ଏହା ଦ୍ୱାରା ଆମ ଶ୍ୱାସ ରୁଦ୍ଧ ହେବାର ସମ୍ଭାବନା ରହିଥାଏ । ତେବେ ଆମ ଆମ ନିଜର ଫୁସଫୁସର ସୁରକ୍ଷା କରିବାକୁ ପଡିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।