ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଇ ଗତ ସପ୍ତାହେ ହେଲା ରାଜ୍ୟରେ ପ୍ରତିଦିନ ଅପରାହ୍ନରେ କାଳ ବୈଶାଖୀର କରାଳ ରୂପ ଦେଖିବାକୁ ମିଳୁଛି । ଘଡଘଡି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହେଉଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ଜାରି ରହିବ ବୋଲି ପ।।ଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାମ ଧ୍ୟରେ ରାଜ୍ୟରେ ଏମିତି କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।
ଅନ୍ୟପଟେ ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ସକ୍ରିୟ ଟ୍ରଫ୍ ଲାଇନ ଏବଂ ଉତ୍ତର-ପୂର୍ବ ଭିଦର୍ଭ ଆଖପାଖ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ବର୍ଷା ଲାଗି ରହିବ । ଏହି ବର୍ଷା ହେବା ସମୟରେ ୫୦ ରୁ ୫୦ କିମି ବେଗରେ ପବନ ବହିବ । ଏନେଇ କେତେକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣି କରାଯାଇଛି । ସେପଟେ ଗତକାଲି ରାଜ୍ୟରେ କାଳ ବୈଶାଖୀରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ୫ ଜଣ ପୁରୁଷ ରହିଛନ୍ତି । ତେବେ ଆଜି କଥା ଯଦି ଦେଖିବା ଆଜି ୧୯ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।