ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ପୁଣି ବଢୁଛି ଶୀତ । ଆଭ୍ୟନ୍ତର ଓଡିଶା ସମେତ ଉପକୂଳ ଓଡିଶାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ୧୨ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ଏଥିମଧ୍ୟରୁ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀଠାରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି ।
ଆଭ୍ୟନ୍ତରୀଣ ଓଡିଶାରେ ଗତ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି ।ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ଶୀତ ପ୍ରବାହ ଅଧିକ ଅନଭୂତ ହେବାର ସମ୍ଭାବନା ରହିଛି । ଏନେଇ ଭୂବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଏଚ ବିଶ୍ୱାସ କହିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଉପକୂଳ ଓଡିଶାରେ ମୟୁରଭଞ୍ଜ, କେନ୍ଦୁଝର,ଅନୁଗୁଳ,ମାଲକାନଗିରି ଆଦି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିଥିବାର ଜଣାପଡିଛି ।ଏବେ ରାଜ୍ୟର ସମସ୍ତ ଜିଲ୍ଲାରେ ପାରଦସ୍ତର ନିମ୍ନଗାମୀ ହେବ । ୩ ଦିନ ଧରି କୁହୁଡି ପଡିବ ।