କନ୍ଧମାଳ (ଏଟିଆର ବ୍ୟୁରୋ) ; କନ୍ଧମାଳରେ ଆରମ୍ଭ ହୋଇଯାଇଛି ହାଡ ଭଙ୍ଗା ଶୀତ । ସକାଳୁ ସକାଳୁ ଘନ କୁହୁଡିରେ ଆଛାଦିତ ହୋଇଯାଉଛି ସମଗ୍ର ସହର । ସକାଳ ୮ଟା ପର୍ଯ୍ୟନ୍ତ ଏହି କୁହୁଡି ରହୁଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଶୀତ ଅନୁଭବ ହେଉଛି । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୁତ ହେଉଛି । ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୁଆଁଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଫୁଲବାଣୀରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି । ସହରରେ ୮.୫ ତପମାତ୍ରା ଥିବାବେଳେ ଓଡିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡିରେ ୧୦.୫ ତାପମାତ୍ରା ରେକର୍ଡ କରାଯାଇଛି । ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଗୋଛାପଡା, ବାଲନ୍ଦାପଡା, ଫିରିଙ୍ଗିଆ, ଚକାପାଦ, ବ୍ରାହ୍ଣଣୀଗାଁ, ବେଲଘର ଅଞ୍ଚଳରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧୢରେ ରହିଛି। ପାଣିପାଗ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଉ ୩-୪ ଦିନ ପରେ ଶୀତର ପ୍ରକୋପ ବଢିବ। ଏପରିକି ତାପମାତ୍ରା ୫-୬ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ଯୋଗାଇ ଦେବା ଏବ˚ ବସଷ୍ଟାଣ୍ତ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଶୀତ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଏବେଠୁ ପ୍ରସ୍ତୁତ ରହିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।