ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ନଭେମ୍ବର ଶେଷ ସୁଦ୍ଧା ଶୀତ ଅନୁଭୂତ ହେବ ।ଉଭୟ ଦିନ ଓ ରାତିର ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ରୁ ଅନୁମାନ କରାଯାଇଛି । ପଞ୍ଚୁକ ବା କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ ।ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ର ସମ୍ଭାବନା ଥିବାରୁ ତାପମାତ୍ରାରେ କୈାଣସି ହ୍ରାସ ଘଟିବ ନାହିଁ ।
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ ତାରିଖରୁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରର ଅନୁମାନ ଅନୁଯାୟୀ କଟକ, ଅନୁଗୁଳ , ଓ ଢେଙ୍କାନାଳ ଜିଲ୍ଲା ରେ କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିଲା । ଫଳରେ ଏହି ଦୁଇ ଦିନ ମଧ୍ୟରେ ରାତ୍ରିର ତାପମାତ୍ରା ଅପରିବର୍ତ୍ତିତ ରହିବ ।ରାଜ୍ୟରେ ୨୬ତାରିଖ ସୁଦ୍ଧା ତାପମାତ୍ରା ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସି ପଡ଼ିବ ଶୀତ ଅନୁଭୂତ ହେବ ।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେନ୍ଦୁଝର , ମୟୂରଭଞ୍ଜ, ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହୋଇଥିଲା ।କୋରାପୁଟରେ ୧୫ ଡ଼ିିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୫ ଡ଼ିଗ୍ରୀ ଲେଖାଏଁ ରାତିର ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଏବୁ ସମତଳ ଅଞ୍ଚଳମାନଙ୍କରେ ସର୍ବନିମ୍ନ ରାତି ର ତାପମାତ୍ରା ୧୫.୨ ଡ଼ିଗ୍ରୀ େରକର୍ଡ଼ କରାଯାଇଛି । ଭାରତ ମହାସାଗର ବିଷୁବ ରେଖା ଆଖପାଖ ତଥା ଦକ୍ଷିଣ ପୁର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଓ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।