ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ରାତ୍ରିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ । ଫଳରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିବ । ଉପକୂଳ ଓଡିଶାରେ ୨ ର ୩ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆସନ୍ତା ସୋମବାର ଓ ମଙ୍ଗଳବାର ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ । ଏ ନେଇ ଉଭୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅତ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ସକାଳେ ବାଲେଶ୍ୱର , ଭଦ୍ରକ , ମୟୂରଭଞ୍ଜ , ଜଗତସିଂହପୁର , କେନ୍ଦ୍ରାପଡା , ପୁରୀ, ଖୋର୍ଦ୍ଧା , ଅନୁଗୁଳ ଓ ଯାଜପୁରରେ ଜିଲ୍ଲାରେ ଘନ କୁହଡି ଦେଖିବାକୁ ମଳିଛି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରାରେ କୈାଣସି ପରିବର୍ତ୍ତନ ହୋଇନାହିଁ । ସବୁଠାରୁ କମ୍ ତାପମାତ୍ରା ଦାରିଙ୍ଗବାଡିରେ ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ବୈାଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ୧୪ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।ଅତ୍ୟନ୍ତ ଶୀତ କାରଣରୁ ନିରାଶ୍ରୟ ମାନଙ୍କୁ ବିଦ୍ୟାଳୟ ଗୃହ , ଗୋଷ୍ଠର କେନ୍ଦ୍ର କକ୍ଷ ଓ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ବିଲ୍ଡିଂ ରେ ରାତ୍ରିରେ ଆଶ୍ରୟସ୍ଥଳିର ମଧ୍ୟ ବ୍ୟବସ୍ଥା କରାଯାଇଛି ।