ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ରମକ୍ସଙ୍କନ ମାସ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଥର ରମଜାନ ମାସ ଏତେ ଧୂମଧାମରେ ପାଳନ ହେଉନଥିଲେ ମଧ୍ୟ ମୁସଲମାନ ବନ୍ଧୁମାନେ ନିଜ ଘରେ ରଖି ରୋଜା ରଖିବେ । ତେବେ ରମଜାନ ମାସକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ପରିଚାଳନା କରିବେ ସେନେଇ ପ୍ରସ୍ତୁତ ଜାରି ରଖିଛନ୍ତି । କିଭଳି ସବୁ ଯାଗାରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ସେନେଇ ମାନସମନ୍ଥନ ଚାଲିଛି । ସମସ୍ତେ ନିଜ ଘରେ ଉପାସ ରହି ପ୍ରାର୍ଥନା କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିବେଦନ କରିଛନ୍ତି । ତେବେ ଏହି ବସରରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳଗାନ୍ଧୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ମୁଁ ସମସ୍ଥଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କାମନା କରୁଛି । ଏହି ପବିତ୍ର ପର୍ବ ଭାଇଚାରା ଓ ଦୟାକୁ ବ୍ୟାପକ କରୁ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଏହି ମହାମାରୀ କରୋନା ବିରୁଦ୍ଧରେ ଭାରତ ବିଜୟ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ସେହିଭଳି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରମଜାନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁସ୍ଥ ସ୍ୱାସ୍ଥ୍ୟ କାମନା କରିଛନ୍ତି ।