ଅନୁଗୋଳ (ଏଟିଆର ବ୍ୟୁରୋ); ଏକାସାଥିରେ ତିନୋଟି ଶିଶୁ ଜନ୍ମ ଦେଇଛନ୍ତି ମହିଳା । ତେବେ ତିନୋଟି ଯାକ ଶିଶୁ କନ୍ୟା ସନ୍ତାନ ବୋଲି ଜଣା ପଡିଛି । ଏହି ଶିଶୁ ଜନ୍ମ ଦେଇଥିବା ମହିଳା ଜଣକ ହେଲେ ସୁଭଦ୍ରା ବେହେରା(୨୩) । ତାଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ମାଣିକାମରା ଗ୍ରାମରେ । ସେ ଗୁଣ୍ଡିଚା ବେହେରାଙ୍କୁ ବିବାହ କରିଥିଲେ । ଏବଂ ଏହା ତାଙ୍କର ପ୍ରଥମ ଗର୍ଭ ଏବଂ ବିବାହର ୫ ବର୍ଷରେ ଏକାସାଥିରେ ତିନୋଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ସୁଭଦ୍ରା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
ଅନୁଗୋଳ ଜିଲ୍ଲା କଣିହାଁ ମେଡିକାଲରେ ମହିଳା ତିନୋଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ତେବେ ଏହି ମେଡିକାଲରେ ଏହା ପ୍ରଥମ । କେତେକ ସମୟରେ ଦୁଇଟି ଛୁଆ ଜନ୍ମ ଦେଇଥାନ୍ତି ମହିଳାମାନେ । ମାତ୍ର ଏକାଥରକେ ତିନୋଟି ଛୁଆ ଜନ୍ମ ଦେଇଥିବା ଏକ ଆଶ୍ଚର୍ଯ୍ୟ କଥା । ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେପଟେ ମା ଏବଂ ଶିଶୁର ସ୍ୱାସ୍ଥ୍ୟର ଅଧିକ ସୁରକ୍ଷା ପାଇଁ ସେମାନଙ୍କୁ ଅନୁଗୋଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଆଜିକା ସମୟରେ ଗୋଟିଏ ଛୁଆ ଜନ୍ମ କରିବା ମହିଳାଙ୍କ ପାଇଁ କଷ୍ଠସାଧ୍ୟ ହୋଇ ପଡୁଥିବା ବେଳେ ଏକକାଳିନ ତିନୋଟି ଛଆ ଜନ୍ମ କରିଛନ୍ତି ମହିଳା । ଯାହାକି ଏକ ଆଶ୍ଚର୍ଯ୍ୟ କଥା । ସେପଟେ ପ୍ରଥମ ଗର୍ଭରେ ତିନୋଟି ଝିଅ ଜନ୍ମ ହୋଇଥିବାରୁ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଛି ବୋଲି ଚର୍ଚ୍ଚା ହେଉଛି ।