ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବେଙ୍ଗାଲୁରୁରୂ ରାଜସ୍ଥାନ ରାଜଡଧାନୀ ଜୟପୁର ଆସୁଥିବା ଏକ ବିମାନରେ ଜଣେ ଗର୍ଭବତୀ ମହିଳା ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ବିମାନ ଜୟପୁରରୁ ପହଞ୍ଚିବା ପରେ ମହିଳା ଓ ନବଜାତ ଶିଶୁକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଭୟ ମା ଓ ଶିଶୁ ସୁସ୍ଥ ଥିବାର ଜଣାପଡିଛି ।
ମହିଳାଙ୍କ ପ୍ରସବ ବେଙ୍ଗାଲୁରୁରୁ ଜୟପୁର ଆସୁଥିବା ୬ଋ-୪୬୯ ଇଣ୍ଡିଗୋ ବିମାନରେ ହୋଇଛି। ଲଳିତା ନାମକ ଏହି ମହିଳା ବେଙ୍ଗାଲୁରୁରୁ ଜୟପୁର ଯାଉଥିଲେ। ବିମାନ ଚାଲୁଥିବା ସମୟରେ ସଫଳତାପୂର୍ବକ ମହିଳାଙ୍କ ପ୍ରସବ କରାଇଠିଛନ୍ତି। ଏହି ସମୟରେ ବିମାନରେ ଉପସ୍ଥିତ ଅନ୍ୟ ଯାତ୍ରୀ ମଧ୍ୟ ଚିନ୍ତିତ ହୋଇପଡିଥିଲେ।
ଇଣ୍ଡିଗୋ ବିମାନ ସକାଳ ୫ଟା ୪୫ ମିନିଟରେ ବେଙ୍ଗାଲୁରୁରୁ ଟେକ ଅଫ କରିଥିଲା। ବିମାନଟି ଜୟପୁର ବିମାନବନ୍ଦରରେ ୮ଟା ୫ ମିନିଟରେ ଲ୍ୟାଣ୍ଡ କରିଥିଲା। ଶିଶୁକୁ ପ୍ରସବ କରିବାରେ ସାହାଯ୍ୟ କରିଥିବା ଡ ଡକ୍ଟର ସୁବାହାନା ନାଜିରଙ୍କୁ ଆରାଇଭାଲ୍ ହଲରେ ସ୍ୱାଗତ କରାଯାଇଥିଲା ଏବଂ ଆମ ଜୟପୁର କର୍ମଚାରୀମାନେ ତାଙ୍କୁ ଏକ ଧନ୍ୟବାଦ କାର୍ଡ ପ୍ରଦାନ କରିଥିଲେ।