ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଦିନକୁ ଦିନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ମହାମାରୀ କବଳରେ ସାଧାରଣ ଲୋକଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ସମସ୍ତ ଏହାର କବଳରେ ପ୍ରଭାବିତ ହେଉଛନ୍ତି । ରାଜ୍ୟର ମନ୍ତ୍ରୀ ମଣ୍ଡଳର ବିଭିନ୍ନ ମନ୍ତ୍ରୀ, ବିଧାୟକ, ଏବଂ ଏମପିଙ୍କୁ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ଦିନକ ପରେ ଦିନ ଜଣେ ଜଣେ କରି ମନ୍ତ୍ରୀ ଏହି ମହାର ବସବତ୍ତି ହେଉଛନ୍ତି । ତେବେ ଆଜି ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
I have tested Covid positive.
Now I am in home isolation and stable.
Those who have come in contact with me in the last few days are requested to get themselves tested if required.@CMO_Odisha @IPR_Odisha— Tukuni Sahu (@TukuniSahu) September 11, 2020
ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନାରେ ଆକ୍ରାନ୍ତିତ ହୋଇଥିବା ସେ ୪ନିଜ ସୋସିଆଲ ମିଡିଆ ମଧ୍ୟମରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ସୋସିଆମିଡିଆ ମାଧ୍ୟମରେ ଏହାର ସୂଚନା ଦେବା ସହ ସେ ହୋମ କ୍ୱାରାଣ୍ଟାଇନରେ ରଖିଥିବା କଥା ଲେଖିଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କରିଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରିବାକୁ ଅନୁରୋଧ କରି ଟ୍ୱିଟ କରିଛନ୍ତି । ସୂଚନା ଅନୁଯାୟୀ ପୂର୍ବରୁ ୪ଜଣ ମନ୍ତ୍ରୀ ଓ ୧୮ଜଣ ବିଧାୟକ ଏବଂ ୩ଜଣ ଏମପିଙ୍କୁ କରୋନା ସଂକ୍ରମିତ ହୋଇସାରିଛି ।