ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସରକାର ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ପାଇଁ ସରକାରୀ ପ୍ରକ୍ରିୟା ଜାରି କରୁଥିବା ବେଳେ ମଦ ବିରୋଧି ଅଭିଯାନ ତୀବ୍ର ହେବାର ଲାଗିଛି । ଆଜି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାଗେଶ୍ୱରପୁରରେ ଏକ ଦେଶୀ ମଦ ଦୋକାନଙ୍କୁ ସ୍ଥାନୀୟ ମହିଳା ମାନେ ଭାଙ୍ଗି ଦେଇଛନ୍ତି । ମଦ ଦୋକାନର ତାଲା ଭାଙ୍ଗି ଦୋକାନ ଭିତରେ ପଶି ମଦ ପେଟି ଗୁଡିକୁ ବାହାରକୁ ଫିଙ୍ଗିବା ସହ ବାଉଁସ ଓ ଶାବଳ ସାହାଯ୍ୟରେ ମଦ ବୋତଲ ଗୁଡିକୁ ଭାଙ୍ଗି ଦେଇଛନ୍ତି ମହିଳା ମାନେ ।
ଏହି ମଦ ଦୋକାନରୁ ମଦ ପିଇ ଗାଁର ଅନେକ ପୁରୁଷ ଓ ଯୁବକ ମାନେ ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ଏହା ସହ ଏହି ମଦ ଦୋକାନକୁ ବନ୍ଦ କରିବା ପାଇଁ ଗାଁ ଲୋକ ମାନେ ପ୍ରଶାସନ ପାଖରେ ବହୁ ବାର ଗୁହାରି ମଧ୍ୟ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନ ନିଆଯିବାରୁ ମହିଳା ମାନେ ଏହି ଭଳି କରିଥିବା କଥା କହିଛନ୍ତି । ତେବେ ମହିଳା ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି କି ଯଦି ଏହା ବିରୋଧରେ କୌଣସି ପଦକ୍ଷପ ନ ନିଆ ଯାଏ ତେବେ ଏହି ଆନ୍ଦେଳନ ଅଗକୁ ଆହୁରି ଅଧିକ କରାଯିବ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତକୁ ଆୟତରେ ଆଣିଛି ।