ଦାନ୍ତେୱାଡା (ଏଟିଆର ବ୍ୟୁର):ଆମ ରାଜ୍ୟର ସିମାନ୍ତରେ ବହୁବାର ନକ୍ସଲ ମାନଙ୍କୁ ଦେଖିବାକୁ ମିଳିଛି । ଏହାକୁ ଦମନ କରିବା ପାଇଁ ପ୍ରସାଶନ ବହୁ ପଦକ୍ଷେପ ନେଉଛନ୍ତି । ଆଗକୁ ଆସୁଥିବା ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଛତିସଗଡ ପୋଲିସ ଏକ ନିଆରା ପଦକ୍ଷପ ନେଉଛି ।ଆମ ସମାଜର ସବୁ କ୍ଷେତ୍ରରେ ବର୍ତ୍ତମାନ ମହିଳାମାନେ କାମ କରୁଛନ୍ତି । ଏଥର ପରେଡ୍ କମାଲ ଦେଖାଇବେ ମହିଳା ଯବାନ ।
ଦାନ୍ତେୱାଡାରେ ହେବାକୁ ଯାଉଥିବା ସ୍ୱଧୀନତା ଦିବସରେ ପରେଡର ନେତୃତ୍ୱ ନେବେ ସିଆରପିଏଫର ମହିଳା ପ୍ଲାଟୁନ ବସ୍ତରୀ ବାଟାଲିଆନ । ଏହା ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କୁ ନେଇ ଗଠିତ ନକ୍ସଲ ବିରେଧୀ କମାଣ୍ଡୋ ୟୁନିଟ ଦାନ୍ତେଶ୍ୱରୀ ଲଡାକେ ମଧ୍ୟ ଏହି ପରେଡ୍ରେ ଭାଗନେବେ । ଦାନ୍ତେୱାଡା ଏକ ଅଶାନ୍ତ ଜାଗା ହେଇଥିବାରୁ ଏଠାରେ ସ୍ୱଧୀନତା ଦିବସରେ ମହିଳା ମାନଙ୍କ ନେତୃତ୍ୱ ନେବା ଘଟଣା ଦେଶରେ ପ୍ରଥମ ବୋଲି ଶୁଣିବାକୁ ମିଳୁଛି ।
ଦାନ୍ତେୱାଡରେ ଆୟେଜିତ ଏହି ପରେଡ୍ରେ ମହିଳା ପ୍ଲାଟୁନ୍ର ନେତୃତ୍ୱ ନେବେ ଡିଏସ୍ପି ଦିନେଶ୍ୱରୀ ନନ୍ଦ ଓ ତାଙ୍କ ସହ ଦ୍ୱତୀୟ କମାଣ୍ଡୋର ଭାବେ ରହିବେ ଦାନ୍ତେଶ୍ୱରୀ ଲଡାକ ର ଆସିଷ୍ଟାଣ୍ଟ ସବ ଇନ୍ ସ୍ପେକ୍ଟର ଅନିତା ମେସରାମ୍ । ମହିଳା ଯବାନ ଓ କମାଣ୍ଡୋ ସ୍ୱାଧୀନତା ଦିବସରେ ପରେଡ୍ରେ ନେତୃତ୍ୱ ନେବା ଦେଶରେ ପ୍ରଥମ ଥର ବେଳି କୁହାଯାଉଛି ।